ଧାମନଗର ଉପନିର୍ବାଚନ ନେଇ CEOଙ୍କ ପ୍ରେସମିଟ୍, ଭୋଟିଂ ବେଳେ ମୁତୟନ ହେବେ ୧୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର ୨୫/୧୦: ଧାମନଗର ଉପନିର୍ବାଚନ ନେଇ CEOଙ୍କ ପ୍ରେସମିଟ୍ । ଧାମନଗର ଉପନିର୍ବାଚନରେ ୧୧ ଶହ ପୁଲିଙ୍ଗ ଅଧିକାରୀ ନିୟୋଜିତ ରହିବେ । ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ହେବ ୱେବକାଷ୍ଟ । ଏଥିପାଇଁ ଦୁଇ ଜଣ ସେଣ୍ଟ୍ରାଲ ଅବଜରଭର ବି ଆସି ସାରିଛନ୍ତି । ନିର୍ବାଚନ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଟ ୧୦୬ ସମ୍ବେଦନଶୀଳ ବୁଥ ରହିଛି । ୧ ନଭେମ୍ବରରେ ପୋଲିଂ ପାର୍ଟି ଧାମନଗରରେ ପହଞ୍ଚିବେ । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ରାଜନୈତିକ ଦଳ ପକ୍ଷରୁ ଅନେକ ଅଭିଯୋଗ ହୋଇଛି । ସେସବୁର ଭେରିଫିକେସନ କରିବାକୁ ଜିଲ୍ଲାପାଳଙ୍କୁ ପଠାଯାଉଛି । ସେହିପରି SGH ମହିଳା ଟଙ୍କା ବଣ୍ଟା ଭାଇରାଲ ଆଇନ ଅନୁଯାୟୀ ଏଫଆର ପଞ୍ଜିକୃତ କରାଯାଇଛି । କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆର ପଞ୍ଜିକୃତ କରାଯାଇଛି । ଏହା ସହ ଜେଏମଏଫସି କୋର୍ଟରେ ବି ତାଙ୍କୁ ପ୍ରଡ୍ୟୁସ କରାଯାଇଛି ।

Leave A Reply

Your email address will not be published.