ମିଳିଲା ମୃତଦେହ, ଦୁଇ ଦିନ ତଳେ ଋଷିକୂଲ୍ୟାରେ ଭାସିଯାଇଥିଲେ କୃଷ୍ଣ

ଖଲ୍ଲିକୋଟ ୨୭/୧୦: ଦୁଇ ଦିନ ତଳେ ଭାସି ଯାଇ ନିଖୋଜ ଥିବା କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ମାଧପୁର ବାଲି ଘାଟ ନିକଟରୁ ଉଦ୍ଧାର ହୋଇଛି । ପୁରୁଷୋତ୍ତମପୁର ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ କୃଷ୍ଣ । ଛତ୍ରପୁର ଅଗ୍ନିଶମ ବିଭାଗ ତାଙ୍କ ମୃତଦେହକୁ ଉଦ୍ଧାର କରିଛି । ସୂଚନା ଥାଉକି, ୨୫ ତାରିଖ ଦିନ ଷୋଳଘର ଗାଁର ୧୪ ବର୍ଷୀୟ କାହ୍ନୁ ମହାନ୍ତି ଓ ୧୯ ବର୍ଷୀୟ କୃଷ୍ଣ ମହାନ୍ତି ଋଷିକୂଲ୍ୟା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିଲା ବେଳେ ଘଟିଥିଲା ଅଘଟଣ । ଦୁଇ ଭାଇ ମଧ୍ୟରୁ ସାନ ଭାଇ ନଦୀରେ ଭାସି ଯାଉଥିବା ବେଳେ ବଡ଼ ଭାଇ ତାକୁ ଉଦ୍ଧାର କରିବାକୁ ଯାଇ ଭାସି ଯାଇଥିଲା । ତେବେ କିଛି ଦୂରରେ ଗାଧୋଉ ଥିବା ଜଣେ ମହିଳା ସାହସ କରି ଜଣକୁ ଉଦ୍ଧାର କରିଥିଲେ । କିନ୍ତୁ ବଡ଼ଭାଇ କୃଷ୍ଣ ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ସାହାଯ୍ୟରେ ଖୋଜା ଖୋଜି କରୁଥିଲେ ବି କୃଷ୍ଣଙ୍କର ପତ୍ତା ମିଳିନଥିଲା । ଗୁରୁବାର ସକାଳୁ ତାର ମୃତଦେହ ମାଧପୁର ବାଲିଘାଟରେ ଭାସୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.