ପରଲୋକରେ ‘ଭାରତର ଇସ୍ପାତ ପୁରୁଷ’ ଜାମସେଦ ଜେ ଇରାନୀ

ଜାମସେଦପୁର: ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମଡି) ତଥା ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଜାମସେଦପୁର  ଟାଟା ମେନ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭାରତର ଇସ୍ପାତ ପୁରୁଷ ନାମରେ ପରିଚିତ ଜାମସେଦ ଜେ ଇରାନୀ ପତ୍ନୀ ଡାଇସି ଏବଂ ତିନି ପିଲାଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କ ବିୟୋଗରେ ଟାଟା ଷ୍ଟିଲ୍ ଦୁଃଖ ପ୍ରକାଶ କରିଛି। କମ୍ପାନି ଟୁଇଟ୍ କରି କହିଛି ଯେ, ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ବିୟୋଗରେ ଆମେ ମର୍ମାହତ ଏବଂ ଦୁଃଖିତ। ସେ ଦେଶର ଇସ୍ପାତ ପୁରୁଷ ବା ଷ୍ଟିଲ୍ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ। ଟାଟା ଷ୍ଟିଲ୍ ପରିବାର ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି।

Leave A Reply

Your email address will not be published.