ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଖୋଦ୍ଧା ୦୪/୧୧: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ନାଇଟକୋଚ ଏସି ବସ୍ । ପ୍ରବଳ କୁହୁଡି କାରଣରୁ ବସ୍ ଟି ଭାରସାମ୍ୟ ହରାଇ ବାଘମାରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ ବିଲ ଭିତରୁ ଓଲଟି ପଡିଥିବା ଜଣାପଡିଛି । ଭୋରରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଓ ବାଘମାରୀ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପ୍ରବଳ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ବସଟି ବଲାଙ୍ଗୀରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିବା ବେଳେ ଦୁଇଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବାଘମାରି ପୋଲିସ ଗାଡିର କାଚ ଭାଙ୍ଗି ୪୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.