୧୩ ଦାଦନ ଶ୍ରମିକ ଉଦ୍ଧାର, ଚାଲାଣରେ ଜଣେ ଶିକ୍ଷକ ସାମିଲ

ବଲାଙ୍ଗୀର ୦୫।୧୧: ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର, ଏମାନଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ। ବଲାଙ୍ଗୀର ସହରରୁ ଏମାନଙ୍କୁ ଉଦ୍ଧାର କରିଛି ଟାଉନ୍ ପୋଲିସ । ଖବର ଅନୁଯାୟୀ,  ଏକ ଘରୋଇ ବସରେ ପାଇକମାଲରୁ ବ୍ରହ୍ମପୁର ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଜଣେ ସରକାରୀ ଶିକ୍ଷକ ଦାଦନ ଚାଲାଣ କରୁଥିବା ନେଇ ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଶିକ୍ଷକ ଜଣଙ୍କ ଘୁଷୁରାମୁଣ୍ଡା ଅଞ୍ଚଳର ଏକ ସରକାରୀ ସ୍କୁଲରେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ ଶ୍ରମିକ ମାନେ ରାଜ୍ୟ ବାହାରକୁ ନଯାଇ ରାଜ୍ୟ ଭିତରେ କାମ କରିବାକୁ ଯାଉଥିବା କହିଛନ୍ତି ଉଦ୍ଧାର ଶ୍ରମିକ । ବଲାଙ୍ଗୀର ଟାଉନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.