ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡ଼ ୦୯।୧୧:  ସୁନ୍ଦରଗଡ଼ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଅଘଟଣ । ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ଅନୁଯାୟୀ, ବୁଧବାର ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଦିନ ପ୍ରାୟ ୧୧ଟା ସମୟରେ ରାଜଗାଙ୍ଗପୁରରୁ ରାଉଲକେଲା ଯାଉଥିଲା ଏକ ମାଲ୍‌ ଗାଡି । ଏହି ସମୟରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ବୟସ ପ୍ରାୟ ୨୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି ।  ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.