ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଅଭିଯୋଗରେ ତାତିଲେ ପିଲା

ଭୁବନେଶ୍ୱର ୦୯/୧୧: ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ଏବେ ପୁଣି ଚର୍ଚ୍ଚାରେ । ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଛାତ୍ର ଅଶାନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ବିଶ୍ୱ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରୀ । କେବଳ ତାଲା ପକାଇ ନାହାଁନ୍ତି ପୋଷ୍ଟର ମାରି କରିଛନ୍ତି ତୀବ୍ର ପ୍ରତିବାଦ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ବିକ୍ଷୋଭ କରିଛନ୍ତି ଛାତ୍ରୀ । ସୂଚନା ଥାଉକି ଗତ କିଛିଦିନ ହେବ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ପିଲାମାନେ ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି ନିଆଯାଇନଥିଲା କୌଣସି ପଦକ୍ଷେପ । ଶେଷରେ ବାଧ୍ୟହୋଇ ଆଜି ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ଏମିତି ପ୍ରତିବାଦ କରିଛନ୍ତି । କହିଛନ୍ତି ଦାବି ପୂରଣ ନହେବା ଯାଏ ଆମେ କୌଣସି କଥା ଶୁଣିବେନି । ସେପଟେ NSSର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରମାଦେବୀ କ୍ୟାମ୍ପସରେ ଉପସ୍ଥିତ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Leave A Reply

Your email address will not be published.