ଇଟାଭାଟି ମାଲିକଙ୍କୁ ହତ୍ୟା

ମହାକାଳପଡ଼ା ୨୮।୧୧ : ଇଟାଭାଟି ମାଲିକଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁରେ ଘଟିଛି ଘଟଣା । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।  ଖବର ଅନୁଯାୟୀ, ପାତାପାଟ ଗାଁର ଦୀନେଶ ବୈଦ ଖରନାସୀ ଠାରେ ଇଟାଭାଟି କରୁଥିଲେ । ରବିବାର ରାତିରେ ଇଟାଭାଟିର ଶ୍ରମିକଙ୍କ ସହିତ ଭୋଜି ଆୟୋଜନ କରିଥିଲେ । ରାତିରେ ଭୋଜି ସରିବା ପରେ ଘର ନଯାଇ ଭାଟିରେ ରହିଥିଲେ । ପରେ ସୋମବାର ସକାଳୁ ଇଟା ଭାଟି ପରିସରରେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ଶରୀର ପଡିଥିଲା । ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ ସ୍ଥାନୀୟଲୋକେ । ଜମ୍ବୁ ସାମୁଦ୍ରିକ ଥାନା ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ଦୀନେଶ ବୈଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.