ହାତୀ ଭୟରେ କାନ୍ଧରୁ ଖସିଗଲା କାଠ, ସ୍ତ୍ରୀ ମୁଣ୍ଡରେ ପଡି ଚାଲିଗଲା ଜୀବନ

ତେଲକୋଇ ୦୧।୧୨ :  ହାତୀ ଭୟରେ କାଠ ପକାଇଦେଲେ ସ୍ୱାମୀ । ସ୍ତ୍ରୀ ମୁଣ୍ଡରେ ପଡି ଚାଲିଗଲା ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍‌ ପୁରୁଷୋତ୍ତମପୁର ଗାଁ ଭୁଦେଇବେରେଣା ସାହିରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ରାଜେଶ ମୁଣ୍ଡା ଓ ସ୍ତ୍ରୀ ଜେମା ମୁଣ୍ଡା ଜାଳେଣୀ କାଠ ପାଇଁ  ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । କାଠ ନେଇ ଘରକୁ ଫେରୁଥିବା ରାସ୍ତାକଡ଼ରେ ହାତୀ ହାତୀ ଦେଖିଥିଲେ । ହାତୀର ଗର୍ଜନରେ ଚମକି ପଡିଥିଲେ ରାଜେଶ । ଭୟରେ ରାଜେଶ କାନ୍ଧରୁ କାଠକୁ ପକାଇ ଦେଇଥିଲେ । ପଛରେ ଆସୁଥିବା ସ୍ତ୍ରୀ ଜେମା ମୁଣ୍ଡାଙ୍କ ମୁଣ୍ଡରେ କାଠଟି ପଡିଯାଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ଘଟଣାଟି ବୁଧବାର ସକାଳ ୯ଟାରୁ ଘଟିଥିଲେ ମଧ୍ୟ ପୋଲିସ ପାଖରେ କୌଣସି ଖବର ନଥିଲା । ସେପଟେ ବନବିଭାଗ ବନବିଭାଗ ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ ମଧ୍ୟ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇନଥିଲେ। ଯାହା ଘଟଣାକୁ ସନ୍ଦେହ ଘେରକୁ ଟାଣିନେଇଛି। ଗୁରୁବାର ସକାଳୁ ଶବକୁ ସାହି ଲୋକଙ୍କ ସହାୟତାରେ ପୋଡି ଦେଇଥିବା ଜଣାପଡିଛି।

Leave A Reply

Your email address will not be published.