ଟାଟା ମ୍ୟାଜିକ୍‌-କାର୍‌ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ଜଗତସିଂହପୁର ୦୧।୧୨ : ଟାଟା ମ୍ୟାଜିକ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ତର୍ଜଙ୍ଗା ଠାରେ ଏକ ଟାଟା ମ୍ୟାଜିକ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଥିଲେ । ସେଠାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଦୁଇ ଜଣ କୁଜଙ୍ଗ ଅଞ୍ଚଳର ବିଭୁ ନନ୍ଦ ଓ କଟକର ଶିବାନନ୍ଦ ମାଲିକ ବୋଲି ଜଣାପଡିଛି ।

Leave A Reply

Your email address will not be published.