ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ: ଆଉ ଲକ୍ଷେ ୭୦ ହଜାର କୋଟି ଆସିଲା

ଭୁବନେଶ୍ବର : ଓଡ଼ିଶାରେ ନିବେଶ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି। ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଦୁଇଦିନରେ ପାଖାପାଖି ୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିବା ଏବଂ ୩୨୫ଟି ସଂସ୍ଥା ଏଥିପାଇଁ ଆଗେଇ ଆସିବା ଏହାର ଏକ ଦୃଷ୍ଟାନ୍ତ। ଏଥିପାଇଁ ଓଡ଼ିଶାର ଉଦ୍ୟୋଗ ଜଗତରେ ବିପୁଳ ଉତ୍ସାହ ଭରିଛି। ପ୍ରଥମ ଦିନରେ ଦେଶର ଖ୍ୟାତନାମା ଶିଳ୍ପପତିମାନେ ଆସି ୭ ଲକ୍ଷ ୨୬ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାଦ ଦେଇଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ନିବେଶମାନଙ୍କ ମଧ୍ୟରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କିଛି କମ୍‌ ଆଗ୍ରହ ଦେଖାଦେଇନାହିଁ। ଶୁକ୍ରବାର ୧୮୦ଟି କମ୍ପାନି ରାଜ୍ୟରେ ମୋଟ ୧ ଲକ୍ଷ ୭୦ ହଜାର କୋଟି ୨୬୦ କୋଟି ୮୫ ଲକ୍ଷ ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ନିବେଶଗୁଡ଼ିକ ମୁଖ୍ୟତଃ ଶ୍ରମଭିତ୍ତିକ ଶିଳ୍ପରେ ଆସିଛି। ଗତକାଲି ରାଜ୍ୟକୁ ଅଧିକ ମୂଲ୍ୟର ନିବେଶ ପ୍ରସ୍ତାବ ଆସିଥିଲେ ମଧ୍ୟ ସେଗୁଡ଼ିକ ମୁଖ୍ୟତଃ କ୍ୟାପିଟାଲ ଇଣ୍ଟେନସିଭ ଶିଳ୍ପରେ ଆସିଥିବାରୁ କମ୍ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା। ୭ ଲକ୍ଷ ୨୬ ହଜାର କୋଟି ଟଙ୍କାର ନିବେଶରେ ୩ ଲକ୍ଷ ୨୦ ହଜାର ୭୪୧ ଜଣଙ୍କ ପାଇଁ ନିବେଶ ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଦ୍ବିତୀୟ ଦିନରେ ଆସିଥିବା ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବରେ ଏହାଠାରୁ ଯଥେଷ୍ଟ ଅଧିକ ଅର୍ଥାତ୍‌ ୩ ଲକ୍ଷ ୭୮ ହଜାର ୪୪୬ କୋଟି ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି। ଗତକାଲି ୧୪୫ଟି କମ୍ପାନିଠାରୁ ୭ ଲକ୍ଷ ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ତେଣୁ ଦୁଇଦିନକୁ ମିଶାଇଲେ ରାଜ୍ୟକୁ ମେକ୍‌ ଇନ୍ କନକ୍ଲେଭ ଜରିଆରେ ୩୨୫ଟି କମ୍ପାନି ଜରିଆରେ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି।

Leave A Reply

Your email address will not be published.