ଆଜି ରାତିରୁ ଥଣ୍ଡା ପଡ଼ିବ, ୮ରୁ କମିବ

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ପରବର୍ତ୍ତୀ ୨ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଆଜି (ରବିବାର) ରାତିରୁ ରାଜ୍ୟରେ ଶୀତ ବଢ଼ିବ। ଏବେ ବିଶେଷ ଶୀତ ନଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପାମାତ୍ରା କୋରାପୁଟରେ ୧୧.୫ ଡିଗ୍ରି ଓ କେନ୍ଦୁଝରରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲିଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଅନ୍ୟପଟେ ରାଜ୍ୟରେ ୭ ତାରିଖ ପର୍ଯ୍ୟନ୍ତ ଥଣ୍ଡା ପଡ଼ିବ ଓ ୮ ତାରିଖ ପରଠାରୁ ଥଣ୍ଡା କମିଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ପ‌ାଣିପା‌ଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରଥମେ ଶୀତ ବଢ଼ିବ ଓ ପରେ କମିବ। ଶୀତଦିନିଆ ପନିପରିବା ପାଇଁ ପାଗ ପ୍ରତିକୂଳ ରହିବ। କେନ୍ଦ୍ରୀୟ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ୭ ତାରିଖ ପର୍ଯ୍ୟନ୍ତ ରହିବ। ୮ ତାରିଖରେ ଉତ୍ତରା ଥଣ୍ଡା ପବନ ପରିବର୍ତ୍ତେ ଉତ୍ତର-ପୂର୍ବ ଦିଗରୁ ପବନ ବହିବ। ୯ରୁ ୧୧ ତାରିଖ ମଧ୍ୟରେ ବଙ୍ଗୋପସାଗୀୟ ପୂର୍ବା ପବନ ବହିବା ଯୋଗୁଁ ସାରା ରାଜ୍ୟରେ ଶୀତ କମିବାର ସମ୍ଭାବନା ରହିଛି।

Leave A Reply

Your email address will not be published.