ଭୋଟ୍ ଦେବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ, କହିଲେ ମତଦାନ ଆପଣଙ୍କର ମୌଳିକ ଅଧିକାର

ଭୁବନେଶ୍ୱର ୦୫/୧୨: ଭୋଟ ଦେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟ ଦେବାକୁ ପଦ୍ମପୁରବାସୀଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ମତଦାନ ଆପଣଙ୍କର ମୌଳିକ ଅଧିକାର । ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବାରେ ସହାୟକ ହେବ । ଜଣେ ସଚେତନ ନାଗରିକ ଭାବେ ମତଦାନ କରନ୍ତୁ । ପଦମପୁର ଉପନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ । ବିପୁଳ ସଂଖ୍ୟାରେ ମତଦାନ ପାଇଁ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.