OTTରେ ରିଲିଜ୍‌ ହେବ ‘କାନ୍ତାରା’

ମୁମ୍ଵାଇ ୦୭।୧୨: ବର୍ତ୍ତମାନ ବଲିଉଡ୍‌ ବକ୍ସ ଅଫିସ୍‌ରେ ସାଉଥ୍‌ ଫିଲ୍ମ ଧମାଲ୍‌ କରୁଛି। ଏହିପରି ଗୋଟିଏ ଚଳଚ୍ଚିତ୍ର ହେଉଛି ‘କାନ୍ତାରା’। ଯାହାର ଆଲୋଚନା ସବୁଆଡେ ଚାଲିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିବା ସହ ​​ OTT ରେ ମୁକ୍ତିଲାଭ କରିଥିଲା। ହେଲେ ଏହା ଏପର୍ଯ୍ୟନ୍ତ ଏହା କେବଳ ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ତାମିଲ ଭାଷାରେ ଓଟିଟିରେ ମୁକ୍ତିଲାଭ କରିଛି। ବର୍ତ୍ତମାନ ଏହା ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରୁଛି। ସିନେମା ଘରେ ଧମାଲ୍‌ କରିବା ପରେ ସାଉଥ୍ ତାରକା ଋଷବ ଶେଟ୍ଟୀଙ୍କ ଏହି ଚଳଚ୍ଚିତ୍ର ବର୍ତ୍ତମାନ ହିନ୍ଦୀରେ ବି ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ । ତେବେ ମଙ୍ଗଳବାର  ଅର୍ଥାତ୍‌ ଗତକାଲି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରୁଥିବା ବେଳେ କାନ୍ତାରା ହିନ୍ଦୀ ଭାଷାରେ ରିଲିଜ୍‌ ତାରିଖ ପ୍ରକାଶ କରିଛି।କହିବାକୁ ଗଲେ ଡିସେମ୍ବର ୯ ତାରିଖରେ ଆମାଜନ ପ୍ରାଇମ୍‌ ହିନ୍ଦୀରେ କାନ୍ତାରା ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ଏହି ହିନ୍ଦୀ ଘୋଷଣା ଅଭିନେତାଙ୍କ ଦ୍ଵାରା ଆକର୍ଷଣୀୟ ଢଙ୍ଗରେ କରାଯାଇଥିଲା। ଋଷଭଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟ 16 କୋଟି ଟଙ୍କାର ସ୍ୱଳ୍ପ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଅନେକ ଧମାଲ କରିଛି। ଏହି ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ମଧ୍ୟ ନିଜେ ଋଷଭ ଅଟନ୍ତି ।

Leave A Reply

Your email address will not be published.