ଆକ୍ସନ ଫିଲ୍ମରେ ଡେବ୍ୟୁ କରିବେ ଆର୍ଯ୍ୟନ ଖାନ୍‌

ମୁମ୍ଵାଇ ୦୭।୧୨: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ । ପ୍ରଶଂସକଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ କିଙ୍ଗ୍‌ଖାନ୍‌ଙ୍କ ପୁଅ ଆର୍ଯ୍ୟନ କେବେ ବଲିଉଡରେ ଡେବ୍ୟୁ କରିବେ। ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ତାଙ୍କ ଡେବ୍ୟୁକୁ ନେଇ ଆର୍ଯ୍ୟନ୍‌ ସୋସିଆଲ୍‌ ମିଡିଆରେ ସାଇଟ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁମାନେ ବଡ଼ ପରଦାରେ ଆର୍ଯ୍ୟନଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ। ସେହିମାନଙ୍କ ପାଇଁ ଆର୍ଯ୍ୟନ୍ ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି।  ଯେଉଁଥିରେ ଏକ ଫିଲ୍ମର ସ୍କ୍ରିପ୍ଟ ଦୃଶ୍ୟମାନ ହେଉଛି ଏବଂ ସେହି ସ୍କ୍ରିପ୍ଟରେ ଆର୍ଯ୍ୟନଙ୍କ ନାମ ଲେଖାଯାଇଛି । ଏହା ସହିତ ଫଟୋରେ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ୍‌ର ପ୍ରଡକ୍ସନ ବ୍ୟାନରର ନାମ ମଧ୍ୟ ଦୃଶ୍ୟମାନ ହେଉଛି ।

Leave A Reply

Your email address will not be published.