ଗୋ ଚାଲାଣର କରିଡର କେନ୍ଦୁଝର

କେନ୍ଦୁଝର : କେନ୍ଦୁଝର  ପାଲଟିଛି ବେଆଇନ ଗୋ ଚାଲାଣର କରିଡର। କେବେ ପିକ୍‌ଅପ୍‌ ଭ୍ୟାନ ତ ଆଉକେବେ କଣ୍ଟେନର ଭର୍ତ୍ତି ଗୋରୁ କେନ୍ଦୁଝର ଛାତି ଉପରେ ନିୟମିତ ଚାଲାଣ ହେଉଛି। ପୁଲିସ ଗୋରୁ ଚାଲାଣକାରୀଙ୍କୁ ହାତ ମାରିପାରୁ ନଥିବା ବେଳେ ଏସ୍‌ଟିଏଫ୍‌ ଚଢ଼ଉ କରି ଧରୁଛି। ବଜରଙ୍ଗ ଦଳ, ଗୋ ସୁରକ୍ଷା ସମିତି କର୍ମକର୍ତ୍ତା ଅନେକ ସମୟରେ ଗୋରୁଗାଡ଼ି ଅଟକାଉଛନ୍ତି। ତେବେ, ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନାହିଁ। ଗତକାଲି ଜୁଡିଆ ଘାଟିରେ ମାଫିଆଙ୍କ ଗୁଳିଚାଳନା ସତ୍ତ୍ବେ ଏସ୍‌ଟିଏଫ୍‌ ଦ୍ବାରା ଦୁଇଟି ଗୋରୁ ବୋଝେଇ କଣ୍ଟେନର ଧରାପଡ଼ିବା ଏକ ଉଦାହରଣ ମାତ୍ର। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଛାମୁଣ୍ଡା, ବେଲଦା ଭଳି ହାଟରୁ ନିୟମିତ ଗୋରୁ ସଂଗ୍ରହ ହୁଏ। ଗୋରୁଗୁଡ଼ିକୁ ପଣ୍ୟଦ୍ରବ୍ୟ ଭଳି କଣ୍ଟେନରରେ ଭର୍ତ୍ତିକରି ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଚାଲାଣ ହୋଇଥାଏ। ଖାଲି କେନ୍ଦୁଝର ନୁହେଁ, ନିକଟସ୍ଥ ଅନୁଗୁଳ ଜିଲ୍ଲାର ବଅଁରପାଳ ସହିତ ଦେବଗଡ଼ ଜିଲ୍ଲାର ବାରକୋଟ, ସମ୍ବଲପୁର, ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାରୁ ଗୋରୁ ସଂଗ୍ରହ କରାଯାଇ କେନ୍ଦୁଝର ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଚାଲାଣ କରାଯାଇଥାଏ। ଗୋରୁ ଗାଡ଼ିଗୁଡ଼ିକ କେନ୍ଦୁଝର ଜିଲ୍ଲାର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ ମଧ୍ୟ ହତାଗୁଞ୍ଜା ନେଇ ପୁଲିସ ସନ୍ତୁଷ୍ଟ ହୋଇଯାଏ।

Leave A Reply

Your email address will not be published.