ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଜୀବନ

ବିନିକା : ଭଉଣୀ ଘରେ ପହଞ୍ଚି ପାରିଲାନି ଭାଇ, ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଜୀବନ। ମୃତ ହେଲେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଗୁଲୁଣ୍ଡା ଗାଁର ବିକି ସେଠୀ (୨୬)। ଆଜି ସନ୍ଧ୍ୟାରେ ନିଜ ଗାଁ ଭଣ୍ଡାରରୁ ସେ ବଡ଼ ଭଉଣୀ ଘର ଅରିଗାଁକୁ ଯାଉଥିଲେ। ଭଉଣୀ ଘରେ ପହଞ୍ଚିବାକୁ ଆଉମାତ୍ର କିଛି ହାତ ବାଟ ରହିଥିଲା। ଠିକ୍ ଅରିଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ସୂଚନା ମୁତାବକ, ଗୋଡଭଂଗା ପଟରୁ ଦୃତ ଗତିରେ ଆସୁଥିବା ଘରୋଇ ଆମ୍ବୁଲାନ୍ସ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ସେ ବାଇକରୁ ଛିଟିକି ପଡିଥିଲେ। ସ୍ଥାନୀୟ କିଛି ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ଘଟାଇ ଫେରାର ମାରୁଥିବା ଆମ୍ବୁଲାନ୍ସକୁ ସୋନପୁର ପୁଲିସ ଜବତ କରିଛି। ଏଥିସହିତ ଆମ୍ବୁଲାନ୍ସର ଡ୍ରାଇଭରକୁ ଅଟକ ରଖିଛି। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଲିସ ପହଂଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.