ପାରିବାରିକ କଳହ ଉଜାଡ଼ିଦେଲା ସଂସାର, ବିଷ ପିଇଦେଲେ ମା’ ଓ ମୁକ ପୁଅ

ଖଲ୍ଲିକୋଟ : ପାରିବାରିକ କଳହ ଉଗ୍ର ରୂପ ନେଇ ଉଜାଡ଼ିଦେଲା ସଂସାର । ମା’ ଓ ମୁକ ପୁଅଙ୍କ ମଧ୍ୟରେ ଲାଗିଥିବା କଳହ ଯୋଗୁ ଶେଷରେ ଉଭୟ ବିଷ ଦେଲେ ।  ମା’ ଜୀବନ ହାରିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ। ଏପରି ଅଭାବନୀୟ ଘଟଣା ଗଂଜାମ ଜିଲ୍ଲା ରମ୍ଭା ଥାନା ବୋରିଗାଁରେ ଘଟିଛି । ମୃତା ମହିଳା ହେଲା କମା ପଳେଇ । ତାଙ୍କ ପୁଅ ସନ୍ତୋଷ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସନ୍ତୋଷ ଜନ୍ମରୁ କଥା କହିପାରନ୍ତି ନାହିଁ । କିଛି ମାସ ତଳେ ତାଙ୍କର ବାହାଘର ହୋଇଥିଲା। ସନ୍ତୋଷ କଥା କହିପାରନ୍ତି ନାହିଁ ବୋଲି ଜାଣିବା ପରେ ତାଙ୍କ ସ୍ତ୍ରୀ ବାପଘରକୁ ପଳାଇ ଯାଇଛନ୍ତି ।  ଏହାପରେ ସନ୍ତୋଷ ସ୍ତ୍ରୀ ପାଖକୁ ଯିବା ଆସିବା କରୁଥିଲେ। ଏହାକୁ ନେଇ ମା’ ପୁଅ ମଧ୍ୟରେ ବିଭିନ୍ନ ସମୟରେ ଯୁକ୍ତିତର୍କ ହେଉଥିଲା । ଗତକାଲି ତାହା ଉଗ୍ରରୂପ ନେବା ପରେ ଉଭୟ ବିଷ ପିଇ ଦେଇଥିଲେ   । ପରିବାର ଲୋକେ ଉଭୟଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ।  ମେଡିକାଲରେ ମା’ର ମୃତ୍ୟୁ ହୋଇଛି ।  ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି  । ସନ୍ତୋଷଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.