ହକି ବିଶ୍ୱକପ୍ ପାଇଁ ଆଜିଠୁ ଅଫ୍‌ଲାଇନରେ ଟିକେଟ ବିକ୍ରି

ଭୁବନେଶ୍ୱର : ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍‌ଲାଇନ୍ ଟିକେଟ ବିକ୍ରି ହେବ। ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେବ ଏହି ଟିକେଟ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟରେ ମିଳିବ ଟିକେଟ। ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ ଟିକେଟ ବିକ୍ରି କରାଯିବ। ତେବେ କାଉଣ୍ଟରରେ କେତେ ଟିକେଟ ବିକ୍ରି ହେବ ସ୍ପଷ୍ଟ କରି ନାହିଁ ହକି ଇଣ୍ଡିଆ।  ଯାହାକୁ ନେଇ ଉତ୍କଣ୍ଠାରେ ହକି ପ୍ରେମୀ। ୨୦୧୮ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶ୍ୱକପ ବେଳେ ଘଣ୍ଟା ଘଣ୍ଟା ଲାଇନରେ ଠିଆ ହୋଇଥିଲେ ବି ଟିକେଟ୍ ନପାଇ ନିରାଶ ହୋଇଥିଲେ ଅନେକ ଖେଳ ପ୍ରେମୀ।  ତେଣେ ନଭେମ୍ବର ୨୫ରୁ ଅନ୍‌ଲାଇନରେ ଟିକଟ ବିକ୍ରି ‌ଆରମ୍ଭ ହୋଇଛି। ମାତ୍ର ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସରିଯାଇଥିଲା।  ତେଣୁ ଏଥର ବି ଖେଳ ଦେଖିବାର ସୁଯୋଗ ପାଇବେ ନା ନାହିଁ ତାକୁ ନେଇ ବଢିଛି ହକି ପ୍ରେମୀଙ୍କ ଉତ୍କଣ୍ଠା।

Leave A Reply

Your email address will not be published.