କନ୍ଧମାଳରେ ହାଡ଼ଭଙ୍ଗା ଜାଡ଼ ଜାରି

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଜିଲ୍ଲାର ତିନି ପ୍ରମୁଖ ତିନି ସହର ଫୁଲବାଣୀ, ଘୁ.ଉଦୟଗିରି ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ତେବ‌େ ଘୁ.ଉଦୟଗିରିର ତାପମାତ୍ରା ସର୍ବନିମ୍ନ ୫.୪ ଡିଗ୍ରି ରେକର୍ଡ଼ କରାଯାଇଛି। ସେହିପରି ଫୁଲବାଣୀରେ ତାପମାତ୍ରା ୭.୫ ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ରହିଥିବା ଜଣାପଡ଼ିଛି। ତେବ‌େ ଗତ ଚାରିଦିନ ମଧ୍ୟରେ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ପାଖାପାଖି ୮ ଡିଗ୍ରି ହ୍ରାସ ପାଇଯିବାରୁ ଶୀତର ପ୍ରକୋପ ଆହୁରି ବଢ଼ିଯାଇଛି। ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଅନୁଭୂତ ହେଉଛି। ରାତି ୮ଟାରୁ କୁହୁଡ଼ି ଆରମ୍ଭ ହୋଇ ପରଦିନ ଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ରହୁଥିବା ଦେଖିବାକୁ ମିଳିଛି। ଘନକୁହୁଡ଼ି ଯୋଗୁଁ ଯାନବାହନ ଯାତାୟାତରେ ବହୁ ସମସ୍ୟା ଉପୁଜୁଛି।

Leave A Reply

Your email address will not be published.