ବଜାରରେ ନକଲି ଔଷଧ ହାଉଯାଉ

କଟକ : ବଜାରରେ ଛାଇ ଯାଇଛି ନକଲି ଔଷଧ। ବିଶେଷକରି କୋଭିଡ୍‌ ମହାମାରୀ ଆରମ୍ଭ ପରଠାରୁ ଔଷଧ ବ୍ୟବସାୟ ଆକାଶଛୁଆଁ ହୋଇଥିବା ବେଳେ ଚାହିଦାର ଫାଇଦା ନେବାକୁ ଉଦ୍ୟମ କରି ଆସିଛନ୍ତି ଅସାଧୁ ବ୍ୟବସାୟୀ। ଏବେ ସ୍ଥିତି ଏମିତି ଯେ ଅଧିକାଂଶ ବିଶ୍ବାସ ଆଉ ଭରସାଯୋଗ୍ୟ ଔଷଧର ନକଲି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଇଥିବା ସନ୍ଦେହ କରାଯାଉଛି। ହେଲେ, କୌଣସି ପ୍ରକାର ତଥ୍ୟ ପ୍ରମାଣ ଆଉ ନିଷ୍କର୍ସରେ କର୍ତ୍ତୃପକ୍ଷ ପହଞ୍ଚି ପାରୁ ନଥିବାରୁ ଏବେ ସନ୍ଦେହରେ କେବଳ ବିଭିନ୍ନ ଔଷଧକୁ ବଜାରରୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭୁବନେଶ୍ବରରେ ଏଭଳି ୩୦ ପ୍ରକାର ଔଷଧ ଫେରସ୍ତ ପାଇଁ ଔଷଧ ବ୍ୟବସାୟୀଙ୍କୁ ହ୍ବାଟ୍ସଆପ୍‌ରେ ସୂଚନା ଦିଆଯାଉଥିବା ବେଳେ କଟକରେ ପ୍ରାୟ ୨୦ ପ୍ରକାର ଔଷଧ ଫେରାଇ ଦେବାପାଇଁ ବିଭିନ୍ନ ଔଷଧ ବ୍ୟବସାୟୀଙ୍କୁ ଫୋନ୍‌ରେ ସୂଚନା ଦିଆଯାଉଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଅଧିକାରୀ ଫୋନ୍‌ରେ ଅଥବା ନିଜେ ଦୋକାନରେ ପହଞ୍ଚି ଏଭଳି ସୂଚନା ଦେଉଛନ୍ତି।

Leave A Reply

Your email address will not be published.