କନ୍ଧମାଳ- ୨୫/୧୨ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ କନ୍ଧମାଳ ଜିଲ୍ଲା ଶାଖାର ୪୦ ତମ ବାର୍ଷିକ ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନୀ ବୈଠକ ଜିଲ୍ଲା ସଂଘ କାର୍ଯ୍ୟ।ଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘ ସଭାପତି ସରୋଜ କୁମାର ମହାନ୍ତି ମୁଖ୍ୟ ଅତିଥି, ରାଜ୍ୟ ସଂଘ ସାଧାରଣ ସଂପାଦକ, ସୁବଳ କିଶୋର ମହାନ୍ତି, ମୁଖ୍ୟ ବକ୍ତା, ପୁରୀ ଜିଲ୍ଲା ସଭାପତି ଜଗନ୍ନାଥ ପାଢୀ, ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ତ୍ରିନାଥ ସେଠୀ, ଜଗତସିଂପୁର ଜିଲ୍ଲା ସଂଗଠନ ସମ୍ପାଦକ ରାଧା ମୋହନ ଜେନା , ସମ୍ମାନିତ ଅତିଥି , ପୂର୍ବତନ ଜିଲ୍ଲା ସଂଘ ସଭାପତି କନ୍ଧମାଳ ସାରଥି ପ୍ରଧାନ ନିମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ଅବସରକାଳୀନ ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି, ସପ୍ତମ ବେତନରେ ଅଂସଗତି ଦୂରୀକରଣ , ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ପ୍ରଦାନ, ଗ୍ରେଡ ପେ ୧୭୦୦ ପରିବର୍ତ୍ତେ ୨୦୦୦ ଟଙ୍କାକୁ ବୃଦ୍ଧି କରିବା, ସେବକାର ଉଚ୍ଛେଦ କରିବା NPS ମାନଙ୍କର ଜିପିଏଫ ଯୋଜନାରେ ସାମିଲି କରିବା ଆଦି ପ୍ରସ୍ତାବ ମାନ ସମ୍ପର୍କରେ ଆଲୋଚନା କରଯାଇଥିଲା । ସରକାର ଦାବିଗୁଡିକ ପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅନୁରୋଧ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲ। । ଏ ଅବସରରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଷ୍ଣୁ ଚରଣ ମହାକୁଡ ,ପରାମର୍ଶଦାତା , ଗୀତାଞ୍ଜଳି ଦେହୁରି , ସଭାପତି , ସୁଦାମ ଚରଣ ବେହେରା , ନାରାୟଣ ପ୍ରଧାନ, ଓ ନିଖିଳାନନ୍ଦ ପାଣିଗ୍ରାହୀ ଉପସଭାପତି, ସୁନାପ୍ରିୟା ମୁଖି , ସଂପାଦକ , ପବିତ୍ର ମହାକୁଡ, ରଞ୍ଜିତ ନାୟକ, ସାଧବାଣୀ କହଁର, ଅତସୀ ସାହୁ ସହ ସମ୍ପାଦକ ଓ ରଞ୍ଜିତ ନାୟକ କୋଷାଧ୍ୟକ ଭାବେ ନିର୍ବାଚିତ ହୋଇଥିଲେ । ଶେଷରେ ସୁଦାମ ଚରଣ ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଘ କରିଥିଲେ ।