୨ଘଣ୍ଟା ଧରି ଧାନ ବୋଝେଇ ଟ୍ରକ୍‌ ତଳେ ଚାପି ହୋଇ ରହିଲେ ଯୁବକ, ତା‘ପରେ…

ନୀଳଗିରି : ରକ୍ଷେ ହରି ତ ମାରେ କିଏ ମାରେ ହରି ତ ରକ୍ଷେ କିଏ। । ଏହି ଲୋକ କଥାଟି ଭଗବାନ ସ ନାମକ ଜଣେ ଯୁବକଙ୍କ କ୍ଷେତ୍ରରେ ସତ ହୋଇଛି।  ୨ ଘଣ୍ଟା ଧରି ଧାନ ବୋଝେଇ ଟ୍ରକ୍ ତଳେ ଚାପି ହୋଇ ରହିବା ପରେ ଜୀବନସହ ସଂଗ୍ରାମ କରି ବଞ୍ଚିଗଲେ ଭଗବାନ। ତା’ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଏପରି ଘଟଣା ଘଟିଥିଲା  ବାଲେଶ୍ୱର ଈଶ୍ୱରପୁର ଫାଣ୍ଡି ଅଧୀନ ସନ୍ତରାଗଡ଼ିଆ କଲେଜ ଛକ ନିକଟରେ। ଭଗବାନଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସନ୍ତରାଗଡ଼ିଆ କଲେଜ ଛକ ନିକଟରେ ଭଗବାନଙ୍କ ଚାହା ଦୋକାନ ରହିଛି।  ଗତକାଲି ରାତିରେ  ଭଗବାନ  ଚାହା ଦୋକାନ ବନ୍ଦ କରି  ନିଜ ଘର ନୟାପାଟଣାକୁ ଫେରୁଥିଲେ। ଏହି ସମୟରେ ନୀଳଗିରିରୁ ବଉଳଗଡ଼ିଆ ଅଭିମୁଖେ  ଆସୁଥିବା ଏକ ଧାନ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ତାଙ୍କ ଉପରେ ଓଲଟି ପଡ଼ିଥିଲା। ଭଗବାନ ଗାଡ଼ି ତଳେ ଚାପି ହୋଇ ଯା ରହି ଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ୪ଟି ଜେସିବି ସାହାଯ୍ୟରେ ଦୀର୍ଘ ୨ ଘଣ୍ଟା ପରେ  ଭଗବାନଙ୍କୁ ଉଦ୍ଧାର କରାଯାଇଥିଲା। ପୁଲିସ ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.