ଟ୍ରେନରେ ଯାତ୍ରା କରୁଥିବା ବେଳେ କରନ୍ତୁନି ଏହି ୫ଟି ଭୁଲ୍

ନୂଆଦିଲ୍ଲୀ: ଦୂର ଯାତ୍ରା ପାଇଁ ଟ୍ରେନ୍ ଲାଭଦାୟକ ବୋଲି ବିବେଚନା କରାଯାଏ । ଆପଣ ମଧ୍ୟ ଅନେକ ଥର ଟ୍ରେନରେ ଯାତ୍ରା କରିଥିବେ । କିନ୍ତୁ ଆପଣ ଜାଣନ୍ତି କି ଟ୍ରେନରେ ଯାତ୍ରା ସମୟରେ ଏପରି ୫ ଟି ବଡ଼ ଅପରାଧ ଅଛି ଯାହାକୁ ଭୁଲରେ ବି କେବେ କରିବା ଉଚିତ୍ ନୁହେଁ, ନଚେତ୍ ଜୋରିମାନା ସହିତ ଆପଣଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡିପାରେ । ଆସନ୍ତୁ ଜାଣିବା କ’ଣ ରହିଛି ସେହି ୫ଟି ବଡ଼ ଅପରାଧ… ରେଳ ପରିସରରେ ବିନା ଅନୁମତିରେ ସାମଗ୍ରୀ ବିକ୍ରି କରିବା ଏକ ଦଣ୍ଡନୀୟ ଅପରାଧ । ଏହା କରି ରେଳବାଇ ଅଧିନିୟମର ଧାରା ୧୪୪ ଅନୁଯାୟୀ ଆପଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇପାରିବ । ଦୋଷୀ ପ୍ରମାଣିତ ହେଲେ ଆପଣଙ୍କୁ ୧ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ . ଯଦି ଆପଣ ଅନଲାଇନରେ ଏକ ୱେଟିଂ ଟିକେଟ୍ ନେଇଛନ୍ତି ଏବଂ ଏହା ବାତିଲ ହୋଇଯାଇଛି, ତେବେ ଆପଣ ଏହା ସହିତ ଯାତ୍ରା କରିପାରିବେ ନାହିଁ । ଏପରି କରୁଥିବା ସମୟରେ ଯଦି ଟିଟିଆଇ ହାତରେ ଧରାପଡନ୍ତି, ତେବେ ବିନା ଟିକେଟରେ ଯାତ୍ରା କରୁଥିବା ଅଭିଯୋଗରେ ଯାତ୍ରାର ସମ୍ପୂର୍ଣ୍ଣ ଭଡା ସହିତ ୨୫୦ ଟଙ୍କା ଜୋରିମାନା ଲାଗିଯିବ । ଏହା ସହିତ ଟିଟିଆଇ ଆପଣଙ୍କୁ ପରବର୍ତ୍ତୀ ଷ୍ଟେସନରେ ମଧ୍ୟ ଓହ୍ଲାଇ ଦେଇପାରେ ।

Leave A Reply

Your email address will not be published.