ମହିଳାମାନଙ୍କ ପାଇଁ ଅଧିକ କ୍ଷତିକାରକ ଟାଇପ୍-୨ ଡାଇବେଟିସ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଆମ ଶରୀରରେ ଅନେକ ରୋଗ ଦେଖାଦେଇଥାଏ । ଯେଉଁଥିରୁ ଗୋଟିଏ ହେଉଛି ମଧୁମେହ । ଯାହାକି ବର୍ତ୍ତମାନ ସମୟରେ ଏକ ସାଧାରଣ ରୋଗ ଭାବରେ ପରିଗଣିତ ହୋେଇଛି । କାରଣ ଏହା ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ପରିଲକ୍ଷିତ ହେଉଛି । କିନ୍ତୁ ଆପଣ ଜାଣିଛନ୍ତି ଏହି ମଧୁମେହ ରୋଗର ଲକ୍ଷଣ ପୁରୁଷ ଏବଂ ମହିଳାଠାରେ ଭିନ୍ନ ଭିନ୍ନ ହୋଇଥାଏ ।ଏତିସହିତ ଏହା ମହିଳାଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଡାଇବେଟିସ୍ ଟ ଟାଇପ୍ -୨ର ଲକ୍ଷମ କିପରି ମହିଳା ଏବଂ ପୁରୁଷ ଠାରେ ଭିନ୍ନ ହୋେଇଥାଏ ଟାଇପ୍ -୨ ଡାଇବେଟିସ୍: ମଧୁମେହର ସବୁଠାରୁ ସାଧାରଣ ପ୍ରକାର ହେଉଛି ଟାଇପ୍-୨ ଡାଇବେଟିସ୍ । ଯେଉଁଥିରେ ଶରୀରର କୋଷଗୁଡ଼ିକ ଇନସୁଲିନ୍ ପ୍ରତି କମ୍ ସମ୍ବେଦନଶୀଳ ହୋଇଯାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଦାୟୀ ହରମୋନ୍ ଅଟେ । ତେବେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେତୁ ହୃଦୟ, କିଡନୀ, ଆଖି ଏବଂ ସ୍ନାୟୁ ଆଦି ପ୍ରଭାବିତ ହୋଇପାରେ । ଏହି ମଧୁମେହ ପୁରୁଷ ଏବଂ ମହିଳାଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାଏ । ଫଳରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ଏଥିସହିତ ସଲେମାନଙ୍କ ଚିକିତ୍ସା ମଧ୍ୟ ସହଜ ହୋଇଥାଏ । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଟାଇପ୍-୨ ଡାଇବେଟିସ୍ ଅଧିକ ଜଟିଳ ହୋଇଥାଏ ଏବଂ ସେମାନଙ୍କ ଚିକିତ୍ସା ମଧ୍ୟ ସହଜ ହୋଇ ନଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ପୁରୁଷ ଏବଂ ମହିଳାଙ୍କଠାରେ ମଧୁମେହର ଲକ୍ଷଣ କିପରି ଭିନ୍ନ ହୋଇଥାଏ । ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି: ସ୍ୱାସ୍ଥୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ,ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କ ଠାରେ ଟାଇପ୍-୨ ଡାଇବେଟିସ୍ ହେବାର ସମ୍ଭାବନା ଦୁଇଗୁଣ ଅଧିକ ହୋଇଥାଏ । କାରଣ ସେମାନଙ୍କର ଅଧିକ ଓଜନ କିମ୍ବା ମେଦବହୁଳ ହେବା ମଧୁମେହକୁ ପ୍ରୋତ୍ସାହନ ଦେଇପାରେ । ଯାହାଫଳରେ ସେମାନେ ଉଚ୍ଚ ରକ୍ତଚାପ, ହୃଦଘାତ ପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ପୁରୁଷଙ୍କ ଚର୍ବି ଅନ୍ତନଳୀରେ ସହଜରେ ଜମା ହୋଇପାରେ, ଯେଉଁ କାରଣରୁ ମଧୁମେହ ପୁରୁଷମାନଙ୍କୁ ଅଧିକ ପ୍ରଭାବିତ କରିଥାଏ । କିନ୍ତୁ ପୁରୁଷମାନେ ଏହି ରୋଗରେ ଆକ୍ରାନ୍ତ ହେଲେ ସେମାନଙ୍କ ଚିକିତ୍ସା ଖୁବ୍ ସହଜରେ ହୋଇପାରିଥାଏ । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ ।

Leave A Reply

Your email address will not be published.