ନୂଆବର୍ଷ ପାଳିବା ବେଳେ ଅଘଟଣ: ଡ୍ରେନରେ ଖସିପଡ଼ି ବୃଦ୍ଧଙ୍କ ମୃତ୍ୟୁ

ବନ୍ତଳା: ଅନୁଗୁଳ ବ୍ଲକ ପୋକତୁଙ୍ଗା ଗ୍ରାମରେ ନୂଆବର୍ଷ ପାଳନ ବେଳେ ଡ୍ରେନରେ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ମୃତଦେହ ଡ୍ରେନରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ଗତକାଲି ରାତିରେ ନୂଆବର୍ଷ ପାଳନ ଅବସରରେ ଭୋଜି ହୋଇଥିଲା। ଏଥିରେ ସାହିର ମଙ୍ଗୁଳୁ ଗୋଛାୟତ(୫୫)ଅତ୍ୟଧିକ ମଦ୍ୟପାନ କରିଥିଲେ। ଫଳରେ ରାତି ଅଧରେ ଘର ନିକଟରେ ଥିବା ଡ୍ରେନରେ ସେ ଖସି ପଡ଼ିଥିଲେ। ଏହି ଘଟଣା ସମ୍ପର୍କରେ କେହି ଜାଣି ପାରିନଥିବା ବେଳେ ସେ ଡ୍ରେନରେ ଆଜି ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ପୁଲିସ୍ ପହଞ୍ଚି ଶବ ଜବତ କରିଛି। ଏନେଇ ଅଧିକ ତଦନ୍ତ ଚାଲିଛି।

Leave A Reply

Your email address will not be published.