ଉପଦ୍ରବ ଚଳାଇଥିବା ହାତୀଟିକୁ ଆଜି ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ

ପୁରୀ : ଗତ କିଛିଦିନ ହେବ ପୁରୀରେ ଉପଦ୍ରବ ଚଳାଇଥିବା ହାତୀଟିକୁ ଆଜି ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଥିବା ସୂଚନା ମିଳିଛି। ତେବେ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ କେଉଁ ଜଙ୍ଗଲରେ ଛଡ଼ାଯିବ ବନ ବିଭାଗ ପକ୍ଷରୁ ଏନେଇ  କିଛି ସୂଚନା ଦିଆଯାଇନାହିଁ। ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ ବୁଲୁଥିଲା।  ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆଡକୁ ପଶି ଆସୁଥିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ। ଗତକାଲି ହାତୀଟି ବଲଭଦ୍ରପୁରୁ ଗହୀର ବାଟ ଦେଇ ଶ୍ରୀସେତ ନିର୍ମାଣ ସ୍ଥଳ ଅଞ୍ଚଳ ଦେଇ ଖଣ୍ଡିଆବନ୍ଧକୁ  ଚାଲି ଯାଇଥିଲା। ଲୋକମାନେ ମାନେ ହାତୀଟିକୁ ଦେଖି ପାଟିତୁଣ୍ଡ କରିବାରୁ ସେ ବାଲିଗୁଆଳି ନିକଟବର୍ତ୍ତୀ ଅଭୟାରଣ୍ୟକୁ ପଳାଇ ଯାଇଥିଲା। ହାତୀଟି ଜନବସତି ଆଡକୁ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ।  ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

Leave A Reply

Your email address will not be published.