ଫ୍ଲାଏ ଓଭରରୁ ଖସି ଆଖି ବୁଜିଲେ ଛାତ୍ର

ସମ୍ବଲପୁର : ଗତକାଲି ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟରେ ଫ୍ଲାଏ ଓଭରରୁ ତଳକୁ ଖସି ଗୁରୁତର ହୋଇଥିବା ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ କ୍ଲିଫର୍ଡ କୁଜୁର । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳେ ସେଠାରେ ସେ ଆଖି ବୁଜିଛନ୍ତି। କ୍ଲିଫର୍ଡଙ୍କ ଘର ସମ୍ବଲପୁର ସହରର ସରଳା କଲୋନୀରେ। ସେ ସ୍ଥାନୀୟ ସେଣ୍ଟ ଜୋସେଫ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତକାଲି ସ୍କୁଲରେ ପରୀକ୍ଷା ଥିଲା। ପରୀକ୍ଷା ସାରି କ୍ଲିଫର୍ଡ ଅପରାହ୍ନ ଗୋଟାଏରେ ସାଇକେଲ ଯୋଗେ ଘରକୁ ବାହାରିଥିଲେ। ଏଥିନିମନ୍ତେ ସେ ଫ୍ଲାଏ ଓଭର ଅତିକ୍ରମ କରୁଥିବା ବେଳେ ଅଚାନକ ତଳକୁ ଖସି ପଡ଼ିଥିଲେ ବୋଲି କୁହାଯାଉଛି। ତେବେ ସେ କିପରି ତଳକୁ ଖସିଲେ ନା ତାଙ୍କୁ କିଏ ତଳକୁ ଠେଲି ଦେଇଥିଲା, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।  ତାଙ୍କ ସାଇକେଲଟି ଫ୍ଲାଏ ଓଭର ଉପରେ ଥୁଆ ହୋଇଥିଲା।

Leave A Reply

Your email address will not be published.