ରସିକ ଅଜା କଲେ ଜବରଦସ୍ତି, ଆଈ କଲେ ଭିଡିଓ

କରଞ୍ଜିଆ: ମା’ ଛେଉଣ୍ଡ ନାବାଳିକା ନାତୁଣୀ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ସମ୍ପର୍କୀୟ ଅଜା । ପାଠ ପଢ଼ାଇବା ବାହାନାରେ  ନାତୁଣୀ ସହ ଜୋର ଜବରଦସ୍ତ କଲେ ଶିକ୍ଷକତା କରୁଥିବା ଅଜା ।  ଆଉ ଏହାର ଭିଡିଓ ଉତ୍ତୋଳନ କଲେ ତାଙ୍କ ପତ୍ନୀ। ହେଲେ ଭିଡିଓଟି ନିଜ ମୋବାଇଲରୁ ସ୍ୱାମୀଙ୍କ ମୋବାଇଲକୁ ପଠାଉ ପଠାଉ ତାହା ଭୁଲରେ ଅନ୍ୟତ୍ର ପଳାଇ କଥା ପ୍ରଘଟ ହେଲା। ଭିଡିଓଟି ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ବେଳେ ରସିକ ଅଜା ଓ ତାଙ୍କ ପତ୍ନୀଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଅପ୍ରୀତିକର ଘଟଣା ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡାରେ ହୋଇଛି। ନାବାଳିକାଜଣଙ୍କ ଘର ସୋସ ଥାନା ଅଞ୍ଚଳରେ । ହେଲେ ଛୋଟ ବେଳୁ ତାଙ୍କ ମା’ ମରିଯିବାରୁ ମାମୁଁ ନିଜ ଘରେ ଆଣି ଭାଣିଜୀକୁ ରଖିଥିଲେ । ମାତ୍ର ସମ୍ପର୍କୀୟ ଅଜା ତଥା ବଡ଼ମହୁଲଡିହା ସେବାଶ୍ରମ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ସଏ ନିଜର କେହି ପିଲା ନ ଥିବାରୁ ପିଲାଟିକୁ ନେଇ ଘରେ ରଖିଥିଲେ । ତାଙ୍କ ପାଖରେ ପିଲାଟି ପ୍ରଥମରୁ  ପାଠ ପଢ଼ା ଆରମ୍ଭ କରିଥିବା ବେଳେ ଏବେ ସେ ସପ୍ତମ ଶ୍ରେଣୀରେ ପଢ଼ୁଛି।

Leave A Reply

Your email address will not be published.