ପୋଲ ତଳକୁ ଖସିଲା ବସ୍‌

ଢେଙ୍କାନାଳ: ଯାତ୍ରୀଙ୍କୁ ନେଇ କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁରକୁ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ୫୫ ନମ୍ବର ଜାତୀୟ ରାଜପଥର ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ହଠାତ୍‌ ପୋଲ ତଳକୁ ଖସି ପଡିଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ ଯେ, ବସ୍‌ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଢେଙ୍କାନାଳରୁ କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁରକୁ ଯାଉଥିଲା। ବସ୍‌ଟି ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତ ଦୁଇ ମହିଳାଙ୍କ ପରିଚୟ ମିଳିଛି। ସେମାନେ ହେଲେ ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ। ସେମାନଙ୍କ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ଇଚ୍ଛାପୁରରେ। ସମସ୍ତେ ହରିଶଙ୍କରରୁ ପିକିନିକ ସାରି ଫେରୁଥିଲେ।

Leave A Reply

Your email address will not be published.