୨୦ମାସ ପରେ ଟ୍ୱିଟରକୁ ଫେରିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍, କହିଲେ କିଛି ଏମିତି

ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ର ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ଅଚଳ ରଖାଯାଇଥିଲା। ହେଲେ ଆସନ୍ତା ୨୦ମାସ ପରେ ଟ୍ବିଟରକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଗତ ମେ’ ୨୦୨୧ରେ ତାଙ୍କର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ବେଳେ ଗତ ୨୪ ତାରିଖରେ ଏହାକୁ ପୁଣି ଥରେ ସକ୍ରିୟ କରାଯାଇଛି। ଆକାଉଣ୍ଟ ସକ୍ରିୟ ହେବା ପରେ ତୁରନ୍ତ କଙ୍ଗନା ଏକ ଟ୍ବିଟ କରିଛନ୍ତି। ନିଜର ଆଗାମୀ ଫିଲ୍ମ ‘ଏମର‌ଜେନ୍ସି’ର ସୁଟିଂ ଶେଷ ହେବା ଖବର ଦେଇ ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି କଙ୍ଗନା। ଅଭିନେତ୍ରୀ କରିଥିବା ଟ୍ବିଟରେ ଲେଖାଯାଇଛି ଯେ “ଏବଂ ଏହା ଶେଷ ହୋଇଛି !!! ‘ଏମର‌ଜେନ୍ସି’ର ସୁଟିଂ ସଫଳତାର ସହିତ ସମାପ୍ତ ହୋଇଛି। ୨୦ ଅକ୍ଟୋବର ୨୦୨୩ରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖା ହେବ। ଏହି କ୍ୟାପସନ ସହ ଫିଲ୍ମ ନିର୍ମାଣ ସମୟର କିଛି ଭିଡିଓ ରହିଛି।

Leave A Reply

Your email address will not be published.