ପୁରୀ ବେଳାଭୂମିରେ ସାଧାରଣତନ୍ତ୍ର ଦିବସ ଓ ପବିତ୍ର ଶ୍ରୀପଞ୍ଚମୀର ଶୁଭେଚ୍ଛା ଜଣାଇଲେ ଦୁଇ ବାଲୁକାଶିଳ୍ପୀ

ପୁରୀ : ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁନ୍ଦର ବାଲୁକା କଳା ନିର୍ମାଣ କରିବା ସହ ଏଥିରେ କଳାରେ ମାଟି ଦୀପ ଏବଂ କିଛି ଗିନା ବ୍ୟବହାର କରାଯାଇଛି । ସୁନ୍ଦର ଭାବେ i love india ଏବଂ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଲେଖି ସାରା ଦେଶ ବାସୀଙ୍କୁ ଜଣାଇଛନ୍ତି । ସେହିପରି ଆଜି ପବିତ୍ର ଶ୍ରୀପଞ୍ଚମୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବସନ୍ତ ପଞ୍ଚମୀ ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ମା ସରସ୍ବତୀ ବାଲୁକା କଳାରେ ଆଗମନ ହୋଇ ସାରା ପୃଥିବୀ ବାସୀଙ୍କୁ ଶାନ୍ତିର ବାର୍ତ୍ତା ଦେବାର ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ। ବିଦ୍ୟାଧାତ୍ରୀ ଦେବୀ ମା ସରସ୍ବତୀ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଐଶ୍ୱର୍ଯ୍ୟରେ ପରିପୂର୍ଣ କରନ୍ତୁ। ବସନ୍ତ ଋତୁର ଆଗମନ ରେ ଧରିତ୍ରୀ ମାତା ସବୁଜିମ ରେ ପରିପୂର୍ଣ ହୋଇଯାଏ ଏହାକୁ ସ୍ୱାଗତ କରିଛନ୍ତି ବାଲୁକା କଳା ମାଧ୍ୟମରେ। ଏହି ବାଲୁକା କଳା ଟି 20 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 10ଟନ ବାଲି ଉପଯୋଗ କରାଯାଇଛି ଏହା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ “Happy Basanta Panchami ” ର ବାର୍ତ୍ତା ଦେଇଛନ୍ତି। ତେବେ ବାଗଦେବୀଙ୍କୁ ଆବାହନର ଦିବସ। ସବୁଠିଁ ମାଆ ସରସ୍ୱତୀଙ୍କର ଚାଲିଛି ପୂଜାର୍ଚ୍ଚନା। ମାଆଙ୍କର ପ୍ରତିକୃତି ସହିତ ସରସ୍ୱତୀ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.