ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ: ଆଜି ସକାଳେ ହେଲା କାଲିର ନୀତି, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ

ପୁରୀ : ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହିତ ନୀତି ଅହେତୁକ ବିଳମ୍ବ ହୋଇଛି। ଗତକାଲି ସରସ୍ୱତୀ ପୂଜା ଓ ଚାଚେରୀ ବେଶ ଯୋଗୁଁ ଆଜି ବିଳମ୍ବ ହୋଇଛି ଶ୍ରୀମନ୍ଦିର ନୀତିକାନ୍ତି । ଗତକାଲିର ନୀତି ଆଜି ସମାପନ ହୋଇଛି। ମନ୍ଦିରର ପହୁଡ଼ ଆଜି ସକାଳ ୫ଟା ୫ ମିନିଟ୍‌ରେ ହୋଇଛି। ଅର୍ଥାତ୍‌ ସ୍ୱାଭାବିକ ଦିନରେ ପହୁଡ଼ ରାତିରେ ହୋଇଥାଏ। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ନୀତି ବି ଡେରିରେ ହୋଇଛି। ମଙ୍ଗଳ ଆଳତି ମଧ୍ୟ ବିଳମ୍ବରେ କରାଯାଇଛି। ସକାଳ ୭ଟାରେ ସିଂହଦ୍ଵାର ଖୋଲିଛି । ଫଳରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ବିଳମ୍ବରେ ମଙ୍ଗଳା ଆରତୀ ଦର୍ଶନ ପାଇଁ ଛଡାଯାଇଛି । ଆଜି ବି ଶ୍ରୀଜିଉଙ୍କ ନୀତି ବିଳମ୍ବିତ ହେବା ନେଇ ଆଶଙ୍କା କରାଯାଉଛି। ପ୍ରଶ୍ନ ଉଠୁଛି, ଯଦି ନୀତି ବିଳମ୍ବ ହେଲା ତାହା ହେଲେ କ’ଣ ପାଇଁ ଭୋର ୫ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଗଲା।

Leave A Reply

Your email address will not be published.