ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା: ପହଞ୍ଚିଲେଣି ୩୦୦ରୁ ଅଧିକ ସାଧୁସନ୍ଥ

ଭୁବନେଶ୍ୱର : ଆଜିଠାରୁ ଖଣ୍ଡଗିରି ମେଳା। ଏଥିପାଇଁ ଓଡ଼ିଶା ସମେତ ରାଜ୍ୟ ବାହାରୁ ସାଧୁସନ୍ଥ, ନାଗା ବାବାଙ୍କ ଭିଡ଼ ଲାଗିଲାଣି। ସମସ୍ତେ ନିଜର ସ୍ଥାନରେ ଧୂନି ଜଳାଇବା ପାଇଁ ପ୍ରସ୍ତୁତି କରିସାରିଲେଣି। ଖଣ୍ଡଗିରି ପାହାଡ଼ ତଳେ ଷ୍ଟାଡିଂ ବାବାଙ୍କ ସମେତ ଅନ୍ୟ ବାବା ଓ ସାଧୁସନ୍ଥଙ୍କ ଭିଡ଼ ଧିରେ ଧିରେ ଜମିବାଲେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ରୁଅଧିକ ସାଧୁସନ୍ଥ ପହଞ୍ଚିଲେଣି। ଦୁଇ ବର୍ଷ ପରେ ପୁଣି ଖଣ୍ଡଗିରି ଅଞ୍ଚଳ କମ୍ପିବ। ସେପଟେ ପାହାଡ଼ ତଳେ ଅପେରା ପାର୍ଟି ମାନଙ୍କ ଟେଣ୍ଟ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାତ୍ରା ଗହଳିକୁ ଦୃଷ୍ଚିରେ ରଖି ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା, ଦୋକାନୀ ମାନଙ୍କ ଲାଗି ଜାଗା ପ୍ରଦାନ ସରିଛି। ଚଳିତ ବର୍ଷ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.