ଫେବ୍ରୁଆରି ୧ରୁ ପଦୋନ୍ନତି ଅଦାଲତ

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୧ରୁ ୩ ତାରିଖ ପର୍ଯ୍ୟନ୍ତ ପଦୋନ୍ନତି ଅଦାଲତ ଆୟୋଜନ ହେବ। ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇପାରିଥାନ୍ତେ କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ପଦୋନ୍ନତି ଅଦାଲତରେ ବିଚାରକୁ ନିଆଯିବ। ଇ‌-ମେଲ୍‌ ଜରିଆରେ ସମୁଦାୟ ୧୩୨୬ଟି ଆବେଦନପତ୍ର ଗ୍ରହଣ କରାଯାଇଛି। ସେଥିରୁ [email protected] ଜରିଆରେ ମିଳିଥିବା ୬୭୧ଟି ଆବେଦନପତ୍ର ଓ ପଦୋନ୍ନତି ଅଦଲାତ ପୋର୍ଟାଲ http://promotion.hrmsodisha.gov.in ଜରିଆରେ ମିଳିଥିବା ୬୫୫ଟି ଆବେଦନପତ୍ରକୁ ପଦୋନ୍ନତି ଅଦାଲତରେ ଉପସ୍ଥାପନ କରାଯିବ। ଆବେଦନକାରୀମାନଙ୍କୁ ପ୍ରାପ୍ତିସ୍ବୀକାର ପଠାଇ ଦିଆଯାଇଛି। ଇ-ମେଲ ବା ପଦୋନ୍ନତି ଅଦାଲତ ପୋର୍ଟାଲରେ ଉପଲବ୍ଧ ପ୍ରାପ୍ତିସ୍ବୀକାରର ଗୋଟିଏ ଫଟୋ କପି ଆଣିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦିଆଯାଇଛି। ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେଉଥିବା ସ୍ଥାନଗୁଡ଼ିକୁ କେବଳ ଆବେଦନକାରୀମାନେ ପ୍ରବେଶ କରିପାରିବେ।

Leave A Reply

Your email address will not be published.