ଫୁଲବାଣୀ ବିଧାନସଭା ଗୋଛାପଡା ଠାରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀବୁଥ୍ ସ୍ତରରେ ବିଜେପିକୁ ମଜଭୁତ କରିବାକୁ କର୍ମୀଙ୍କୁ ଦାୟିତ୍ଵ

ଫୁଲବାଣୀ : ଆଜି ଭାରତୀୟ ଜନତା ପାର୍ଟି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ଠାରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଏକ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂଆଁପଦର ମଣ୍ଡଳ ସଭାପତି ଗୋପିନାଥ କହଁର ସ୍ବାଗତ ଭାଷଣ ଦେଇଥିବାବେଳେ ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ ସାହୁ ସଭା ପରିଚାଳନା କରିଥିଲେ । ଫୁଲବାଣୀ ବିଧାନସଭାର ଅନ୍ୟାନ୍ୟ ମଣ୍ଡଳ ସୁଦୃଢ ଥିବାବେଳେ ଫିରିଙ୍ଗିଆ ବ୍ଲକ ଟି ବିଜେପିର ସାମାନ୍ୟ ଦୁର୍ବଳ ଅଞ୍ଚଳ ହୋଇଥିବା କାରଣରୁ ଏବଂ ଏହି ଅଞ୍ଚଳରୁ ବିଜେଡି ବିଧାୟକ ପ୍ରାର୍ଥୀ କରୁଥିବା ଯୋଗୁଁ ବିଜେପିର ଏଠାରୁ ଭୋଟ ହାର କମିଯାଇଥାଏ ତେଣୁ ଏଥର ଅଞ୍ଚଳର ପ୍ରତିଟି ବୁଥ୍ ଅନୁଯାୟୀ ରଣନୀତି ପ୍ରସ୍ତୁତ କରି କିଭଳି ଆଗାମୀ ଦିନରେ ବିଜେପିକୁ ପ୍ରତ୍ୟେକ ବୁଥ୍ ରେ ବିଜୟୀ କରାଯାଇପାରିବ ସେଥିପ୍ରତି ବିଭିନ୍ନ ମାର୍ଗଦର୍ଶନ ମାନ ଜିଲ୍ଲା ଓ ରାଜ୍ୟ ନେତୃତ୍ୱ ଦେଇଥିଲେ । ଏହି ବୈଠକରେ ବ୍ଲକର ଚବିଶ ଗୋଟି ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନ ଏକତ୍ରିତ ହୋଇଥିବାବେଳେ ରାଜ୍ୟ ପକ୍ଷରୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ତଥା କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି , ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଫୁଲବାଣୀ ମୁନିସିପାଲିଟି ଚ୍ଯାରମେନ୍ ସ୍ମିତା ରାଣୀ ମହାନ୍ତି , ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର , ନଗର ମଣ୍ଡଳ ସଭାପତି ଶୁଶାନ୍ତ ମହାନ୍ତି, ସଲାଗୁଡା ସରପଞ୍ଚ ରହିତ କହଁର, ମିଣିଆଁ ସରପଞ୍ଚ ଗୌତମ ମଲ୍ଲିକ, ଫିରିଙ୍ଗିଆ ସମିତି ସଭ୍ଯା ମୌସୁମୀ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ) ବରିଷ୍ଠ ନେତା ନବକିଶୋର କହଁର , କୃଷ୍ଣଚନ୍ଦ୍ର କହଁର, ବଦଅଣା କହଁର, ଯୁଧିଷ୍ଠିର ଦିଗାଲ, ଲଙ୍କେଶ୍ଵରୀ ମହାକୁଡ଼, ଜଗଦା କମ୍ପ , ଦିଲ୍ଲିପ କହଁର, ଯୁବନେତା ଶୁଶିଲ କଅଁର , ବଳରାମ କହଁର , ବିରେନ୍ଦ୍ର ପ୍ରଧାନ, ଜମ୍ବେଶ୍ଵର କହଁର , ବିଶ୍ଵାମିତ୍ର କହଁରଙ୍କ ସହ ସତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.