କନ୍ଧମାଳକୁ ଲେଉଟିଲା ଶୀତ; ଫୁଲବାଣୀରେ ତାପମାତ୍ରା ୫.୬ ଡିଗ୍ରି ରେକର୍ଡ

ଫୁଲବାଣୀ: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଲେଉଟିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତ ବଢ଼ିଛି। ରାତି ୯ଟା ପରେ ପରଦିନ ସକାଳ ୯ଟା ପର୍ଯ୍ୟନ୍ତ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଫୁଲବାଣୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକ ଜାଡ଼ ଅନୁଭୂତ ହେଉଛି। ଆଜି ସକାଳୁ ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ର ୫.୬ ଡିଗ୍ରି ରେକର୍ଡ ହୋଇଛି। ଫୁଲବାଣୀ ସମେତ ପୂରା କନ୍ଧମାଳ ଜିଲ୍ଲାରେ ଶୀତଲହରୀ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତାପମାତ୍ର ୧୦.୫ ଡିଗ୍ରି ରେକର୍ଡ ହୋଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.