ସକାଳ ବୁଲା ସମୟରେ ମହୁମାଛିଙ୍କ ଆକ୍ରମଣର ଶିକାର ହେଲେ ଆନନ୍ଦପୁର ବିଧାୟକ

ଆନନ୍ଦପୁର: ମହୁ ମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ ହୋଇଛନ୍ତି। ବିଧାୟକ ଶ୍ରୀ ସେଠୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଧାୟକ ଆଜି ଏକାକୀ ମର୍ଣିଂ ଓ୍ବାକ୍ କରୁଥିବା ସମୟରେ ଆନନ୍ଦପୁର ବ୍ଲକ୍ ଛକ ଠାରେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଏହି ସମୟରେ ମହୁମାଛିଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ବିଧାୟକ ନିକଟ କ୍ଲବ୍ କାର୍ଯ୍ୟଳୟକୁ ଦୌଡି ପଳାଇଥିଲେ। ତଥାପି ମହୁ ମାଛିଙ୍କ ଆକ୍ରମଣ ଯୋଗୁଁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ୨୫ ଟି କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।

Leave A Reply

Your email address will not be published.