କୋରାପୁଟ ଶିଶୁ ମନ୍ଦିର ଲାଇନରେ ହତ୍ୟାକାଣ୍ଡ 

କୋରାପୁଟ: କୋରାପୁଟ ଶିଶୁ ମନ୍ଦିର ଲାଇନରେ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ମୃତକ ହେଲେ ବିଜୟ ପଣ୍ଡା। ଆଜି ସକାଳୁ କେହି ବିଜୟଙ୍କୁ ବେକ କାଟି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ପାଇ ଘଟଣାସ୍ଥଳରେ ଏସପି ଅଭିନବ ସୋନକାର, ଏସଡିପିଓ ମନୋଜ ପୂଜାରୀ ଓ ଟାଉନ ଥାନା ଆଇଆଇସି ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କର ଶବବ୍ୟବଚ୍ଛେଦ ଲାଗି ପୁଲିସ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Leave A Reply

Your email address will not be published.