ସାହିତ୍ୟିକା ନିର୍ମଳପ୍ରଭା ନାୟକଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକା ନିର୍ମଳାପ୍ରଭା ନାୟକଙ୍କ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୩ବର୍ଷ ବୟସରେ ପରଲୋକ ହୋଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ୨୦୨୦ ମସିହାରେ ସେ ‘ବିଶିଷ୍ଟ ସାରସ୍ୱତ ସାଧିକ’ ସମ୍ମାନ ପାଇଥିଲେ । ପାଟକୁରା ଗାନ୍ଧି ଭାବେ ପରିଚିତ ପୂର୍ବତନ ବିଧାୟକ ଦିବଂଗତ ରାଜକିଶୋର ନାୟକଙ୍କ ପତ୍ନୀ ଭାବେ ଶ୍ରୀମତୀ ନାୟକଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବିବାହ ପରେ ନିଜ ପ୍ରଚେଷ୍ଟାରେ ଶିକ୍ଷୟିତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସାୟାହ୍ନର ସ୍ମ୍ମୃତି’ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା । ତାଙ୍କୁ ପୁରସ୍କାରବାବଦରେ ମିଳିôଥବା ଅର୍ଥରାଶିକୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ । ବିଭିନ୍ନ ପତ୍ରପତ୍ରିକାରେ ନିୟମିତ ଲେଖା ତାଙ୍କର ପ୍ରକାଶ ପାଉଥିଲା । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଠାକୁର ନିଗମାନନ୍ଦଙ୍କ ଅନୁଗାମୀ ମଧ୍ୟ ଥିଲେ । ଶ୍ରୀମତୀ ନାୟକ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ଓ ତାଙ୍କୁ ୪ଦିନ ପୂର୍ବରୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୨ ପୁଅ ଓ ୨ ବୋହୂ ସମେତ ଝିଅ, ଜ୍ୱାଇଁ ,ନାତିନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ଶ୍ରୀମତୀ ନାୟକଙ୍କ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି ।

Leave A Reply

Your email address will not be published.