କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ୩ ଦିନିଆ ଆନ୍ଦୋଳନ, ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ କରିବ ବିକ୍ଷୋଭ

ଭୁବନେଶ୍ୱର : କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ୩ ଦିନିଆ ଆନ୍ଦୋଳନ । କେନ୍ଦ୍ର ଉଷୁନା ଚାଉଳ ଉଠାଇବା ପରିମାଣ କମାଇଦେବା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫କେଜି ଚାଉଳ କାଟିଦେବା ପ୍ରସଙ୍ଗ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ରାଜଭବନ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ଦଳ ଦାବିପତ୍ର ପ୍ରଦାନ କରିଛି । ଆସନ୍ତାକାଲି ସବୁ ପଞ୍ଚାୟତ କାର୍ଯ୍ୟାଳୟ ଓ ୧୬ ତାରିଖରେ ବ୍ଲକ ଏବଂ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି।

Leave A Reply

Your email address will not be published.