ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ, ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ନେବେ ଭାଗ

ଭୁବନେଶ୍ୱର : ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୋଷ୍ଟ ବଜେଟ ଆଲୋଚନାରେ ଯୋଗ ଦେବା ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଆଜି ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେବେ ନିର୍ମଳା ସୀତାରମଣ। ପରେ ପରେ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟିରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନିର୍ମଳାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ବିଜେପି ନେତା କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.