ଆଜି ବସୁଛି ସର୍ବଦଳୀୟ ବୈଠକ

ଭୁବନେଶ୍ୱର :  ଆଜି ବସୁଛି ସର୍ବଦଳୀୟ ବୈଠକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭା ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବୈଠକରେ ଆଲୋଚନା କରାଯିବ। ଫେବ୍ରୁଆରି ୨୧ରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନ ।ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।

Leave A Reply

Your email address will not be published.