ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଲୁହାପଥର ପରିବହନ କରୁଥିବା ଟ୍ରକ୍

ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । ଲୁହାପଥର ପରିବହନ କରୁଥିବା ଟ୍ରକ ଜାଳିଦେଲେ ଲାଲବାହିନୀ। ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି। ବାରଗାଓଁ ନିକଟରେ ଥିବା ନିକୋ ଲୁହା ଖଣି ଖାଦାନରେ ଲୁହାପଥର ପରିବହନ କରୁଥିବା ଟ୍ରକକୁ ଜାଳିଦେଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଛୋଟେଡଙ୍ଗର ଖଣି ଡ୍ରାଇଭରଙ୍କୁ ମାଓବାଦୀ ଚେତାବନୀ ଦେଇଥିଲେ। ଦୀର୍ଘ ବର୍ଷ ହେବ ଏହି ଅଞ୍ଚଳରୁ ଖଣି ଲୁଟ୍‌ କରି ମାଫିଆ ନେଇଯାଉଥିବାରୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି । ଆଗକୁ ଆହୁରି ବଡ଼ ଧରଣର କ୍ଷତି ସହିବାକୁ ପଡ଼ିବ ବୋଲି ମାଓବାଦୀ ଧମକ ଦେଇଛନ୍ତି।

Leave A Reply

Your email address will not be published.