ଉଚ୍ଚ ଅଦାଲତକୁ ଯିବ କ୍ରାଇମବ୍ରାଞ୍ଚ, ନିମହାନସରେ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ଆବେଦନ ଖାରଜ

ଉଚ୍ଚ ଅଦାଲତକୁ ଯିବ କ୍ରାଇମବ୍ରାଞ୍ଚ । ନିମହାନସରେ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ଆବେଦନ ଖାରଜ । ଆବେଦନ ଖାରଜ ପରେ ଉଚ୍ଚ ଅଦାଲତକୁ ଯିବ କ୍ରାଇମବ୍ରାଞ୍ଚ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ତଥା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ଆବେଦନକୁ ଝାରସୁଗୁଡ଼ା ଜେଏମ୍‌ଏଫସି ଖାରଜ କରିଦେଇଛନ୍ତି । ବେଙ୍ଗାଲୁରୁ ସ୍ଥି ନିମହାନସଠେରେ ଗୋପାଳର ସାଇକୋଲୋଜିକାଲ ଓ ସାଇକୋମେଟ୍ରକିଲ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ ହୋଇଥିଲା । ଏହାକୁ ଅଦାଲତ ଖାରଜ କରିବା ପରେ ଏହି ଆଦେଶର ସାର୍ଟିଫାଏଡ କପି ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି । କୋର୍ଟଙ୍କ ଆଦେଶର ତର୍ଜମା କରାଯିବା ପରେ ଉଚ୍ଚ ଅଦାଲତରେ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ଗୋପାଳ ବହୁ ଦିନ ହେଲା ମାନସିକ ଭାବେ ଅସୁସ୍ଥ ଥିଲା। ତାର ମାନସିକ ସ୍ୱାସ୍ଥ୍ୟ ଅନୁଧ୍ୟାନ ଲାଗି ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଥିଲା। ଝାରସୁଗୁଡ଼ାରେ ମେଡିକାଲ ବୋର୍ଡର ବିଶେଷଜ୍ଞ ଗୋପାଳର ମାନସିକ ସ୍ୱାସ୍ଥ୍ୟ ଅନୁଧ୍ୟାନ କରିଥିଲେ। କିନ୍ତୁ ନିର୍ଦ୍ଧିଷ୍ଟ ନିଷ୍କର୍ଷରେ ପହଞ୍ଚିବାକୁ ଅଧିକ ଯାଞ୍ଚ ପାଇଁ ସୁପାରିଶ କରିଥିଲା ମେଡିକାଲ ବୋର୍ଡ।

Leave A Reply

Your email address will not be published.