୪ ହତ୍ୟାକାରୀଙ୍କୁ ୫ ହଜାର ଜରିମାନା ସହ ଆଜୀବନ କାରାଦଣ୍ଡାଦେଶ, ସଜା ଶୁଣାଇ​‌ଲେ ଜିଲ୍ଲା ଦୌରାଜଜ୍‌

ବାରିପଦା : ହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ ଜେଲଦଣ୍ଡାଦେଶ ସହ ୫ ହଜାର ଟଙ୍କା ଲେଖାଏଁ ଜରିମାନା। ଦଣ୍ଡାଦେଶ ଶୁଣାଇଲେ ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ୍ (୧) ର ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ। ମୋରଡା ଥାନା ଅନ୍ତର୍ଗତ ଚୂଆଶୋଳ ଗ୍ରାମର ଚୈତନ ପ୍ରସାଦ ହାଁସଦାଃ, ବାଇଧର ହାଁସଦାଃ (୩୦), ବାଇଧର ହାଁସଦାଃ (୫୦), ବର୍ତନ ହାଁସଦାଃ ଙ୍କୁ ଦଣ୍ଡାଦେଶ। ୨୦୧୮ ମସିହାରେ ପଡୋଶୀ ଡାଙ୍ଗରବିଲା ଗ୍ରାମର ଏକ ହତ୍ୟା ଘଟଣାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏହି ଅଭିଯୁକ୍ତମାନେ ଡାଙ୍ଗରବିଲା ଗ୍ରାମର ଏକ ହତ୍ୟା ଘଟଣାରେ ସଂପୃକ୍ତ ଥିଲେ। ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏହି ମାମଲାକୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଦାଶ ପରିଚାଳନା କରିଥିଲେ।

Leave A Reply

Your email address will not be published.