ଘରର ରୋଜଗାରକ୍ଷମ ମୁରବୀଙ୍କ ଦୁର୍ଘଟଣା ପରେ ନିଃସହାୟ ପରିବାର

ପାଟଣାଗଡ : ସ୍ବଳ୍ପ ରୋଜଗାର ହେଲେ ମଧ୍ୟ ହସଖୁସିରେ ଚଳୁଥିଲା ପରିବାର। ହେଲେ ହଠାତ୍ ମାଡି ଆସିଲା ଦୁଃଖ। ବସ୍ ଧକ୍କା ରେ ଆକର୍ମଣ୍ଯ ହୋଇ ଘରର ରୋଜଗାରକ୍ଷମ ବ୍ଯକ୍ତି ଏବେ ବସି ରହିଛନ୍ତି ଘରେ। ଯାହା ଫଳ ସ୍ବରୁପ ଓଳିଏ ଖାଇଲେ ଆର ଓଳି ଉପାସରେ ରହିବାକୁ ପଡୁଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଘସିଏନ ଗାଁ ର ବିପିନ ମଟାରି । ବସଷ୍ଟାଣ୍ଡରେ ଗୋଟିଏ ଛୋଟ ସାଇକେଲ ମରାମତି ଦୋକାନ କରି ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ବେସ ଖୁସିରେ ଚଳି ଯାଉଥିଲା ପରିବାର। ତେବେ ଗତବର୍ଷ ନିଜ ଦୋକାନକୁ ଯାଉଥିବା ବେଳେ ବସ ଧକ୍କା ଦେଇଥିଲା। ଯାହାଫଳରେ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗି ଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାରେ ବରଗଡ଼ ବିକାଶ ହସ୍ପିଟାଲରେ ତାଙ୍କ ଗୋଡ଼ ଅପରେସନ କରାଇଥିଲେ ପରିବାର। ଆଜିକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ସେ ଗୋଡ଼ଟି ଭଲ ନହେବା ସହିତ ବାମ ଗୋଡ଼ଟି ମଧ୍ୟ ଧୀରେ ଧୀରେ ଆକର୍ମଣ୍ଯ ହୋଇ ଯାଉଛି। ଯାହାଫଳରେ ଖାଲି ଖଟରେ ବସିରହୁଛନ୍ତି ବିପିନ ।ଖଟରୁ ଉଠାଇବାକୁ ମଧ୍ୟ ତିନିଜଣ ଲୋକଙ୍କ ଦରକାର ପଡୁଛନ୍ତି । ସରକାରୀ ଯୋଜନାରେ ରାସନକାର୍ଡରେ ଚାରି ଜଣଙ୍କ ନା ଥିଲେ ମଧ୍ୟ ଜଣଙ୍କ ଫିଙ୍ଗରପ୍ରିଣ୍ଟ ଆସୁନଥିବାରୁ ୧୫ କିଲୋ ଚାଉଳ ମିଳୁଛି ଏଣୁ ସ୍ବାମୀଙ୍କ ସବୁ ନିତ୍ୟକର୍ମ ସାରିଲା ପରେ କେଉଁଟି କିଛି କାମ ମିଳିଲେ ତାହା କରି ଦୁଇ ପଇସା ଆଣୁଛନ୍ତି। ପରିବାର ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି।

Leave A Reply

Your email address will not be published.