ଥାନା IICଙ୍କ ବ୍ୟବହାରରେ SI ଅତିଷ୍ଠ , ଚାକିରିରୁ ଅବସର ନେବା ପାଇଁ ଏସପିଙ୍କ ନିକଟରେ କଲେ ଆବେଦନ

ଯାଜପୁର : ଯାଜପୁର ଥାନା ଅଧିକାରୀଙ୍କ ବ୍ୟବହାରରେ ଏସ୍‌ଆଇ ଅତିଷ୍ଠ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରୁ। ଥାନା ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଥାନାର ଏସଆଇ ନିଜ ଚାକିରିରୁ ଅବସର ନେବା ପାଇଁ ଏସପିଙ୍କ ନିକଟରେ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।ଏସଆଇ ରାଧାନାଥ ଦାସ କିଛି ବର୍ଷ ହେଲା ଧର୍ମଶାଳା ଥାନାରେ ରହିଥିବା ବେଳେ ତାଙ୍କୁ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହାସହ ସେ ନିଜ ଚାକିରିରୁ ଅବସର ନେବା ପାଇଁ ଯାଜପୁର ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି ।

Leave A Reply

Your email address will not be published.