ଚଳିତବର୍ଷ ରେକର୍ଡ ଭାଙ୍ଗିବ ତାତି

ଭୁବନେଶ୍ୱର : ଫେବୃଆରୀରେ ଟାଇଁ ଟାଇଁ ଖରା। ସକାଳ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ଛୁଇଁଛି। ୩୮ ଦଶମିକ ୩ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସବୁଠୁ ତାତି ସହର ପାଲଟିଛି ସୋନପୁର । ସେହିପରି ତାଳଚେରରେ ୩୮.୨ ଓ ନୟାଗଡରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରହିଛି । ୧୧ଟି ସହରରେ ପାରଦ ୩୭ ଡିଗ୍ରୀ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭ ଦଶମିକ ୯ ରହିଛି । ଆସନ୍ତା ପାଞ୍ଚଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁଚାପ ବଳୟ ପ୍ରଭାବରେ ଦେଶର ପଶ୍ଚିମ ଭାଗରୁ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଶୁଷ୍କ ବାୟୁ ସୂର୍ଯ୍ୟକିରଣ ପ୍ରଭାବରେ ଆସିବା ପରେ ବଢୁଛି ତାପମାତ୍ରା। ଫେବୃଆରୀ ମାସର ତାତି ଚିନ୍ତାରେ ପକାଇଛି। ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ସ୍ଥିତି ଅସମ୍ଭାଳ ହେବ ବୋଲି ଆଶଙ୍କା ବଢିଲାଣି। ଅକ୍ଟୋବର ମାସ ପରଠାରୁ ରାଜ୍ୟରେ ବର୍ଷା ମଧ୍ୟ ହୋଇନଥିବାରୁ ମଧ୍ୟ ତାପମାତ୍ରା ବୃଦ୍ଧିର କାରଣ ପାଲଟିଛି। ସେପଟେ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ଦେଖାଦେଉଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି।

Leave A Reply

Your email address will not be published.