ଅସ୍ଥାୟୀ ସଫେଇ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ୧୨ ଘଣ୍ଟିଆ ସୋନପୁର ବନ୍ଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ପୈାର ପରିଷଦରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ସଫେଇ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ୧୨ ଘଣ୍ଟିଆ ସୋନପୁର ବନ୍ଦ । ସୋନପୁର ମ୍ୟୁନିସିପାଲଟିରେ କାର୍ଯ୍ୟରତ ଛଟେଇ ସଫେଇ କର୍ମଚାରୀ /ଭୀମ ଆର୍ମି ଏବଂ ବିଭିନ୍ନ ଅନୁଷ୍ଠାନ ଏଥିରେ ସାମିଲ ଅଛନ୍ତି । ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ସୋନପୁର ସହରରେ ଯାନବାହାନ ଚଳାଚଳ ବନ୍ଦ ରହିଛି । କୁଞ୍ଜ ଛକ, ବ୍ଲକ ଛକ ବୁଢାରଜା ଛକରେ ସଫେଇ କର୍ମଚାରୀମାନେ ପିକେଟିଂ କରିଛନ୍ତି । ଗୁୁରୁବାର ଓ ଶୁକ୍ରବାର ସୋନପୁର ସହର ଦିନ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଘରୋଇ ଠିକା କମ୍ପାନୀର ଟେଣ୍ଡର ବାତିଲ କରିଥିବାରୁ ୧୦୦ରୁ ଅଧିକ କର୍ମଚାରୀଙ୍କ ଛଟେଇ ହୋଇଛି । ଏହାକୁ ପ୍ରବଳ ବିରୋଧ କରିଛନ୍ତି ଏଠାର କାମ କରୁଥିବା ସଫେଇ କର୍ମଚାରୀ । ଏହାକୁ ଦୁଷ୍ଟି ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.